ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ବୌଦ୍ଧ,ବଲାଙ୍ଗିର,ଅନୁଗୁଳ,ନୟାଗଡ଼,କଟକ,ଖୋର୍ଦ୍ଧା,ପୁରୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି।

ସେହିପରି ଗଞ୍ଜାମ, ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ,ନୟାଗଡ,ବୌଦ୍ଧ,କନ୍ଧମାଳ ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

ଗତକିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହିଛି।

Comment