ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦ ହେବ ରବ୍ଦ। ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡି ଆଜି ବାଚସ୍ପତିଙ୍କ ପାଖରେ ଆବେଦନ କରିଛି। ସେମାନେ ହେଲେ ଆସ୍କା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ।

ଏହି ବିଧାୟକମାନଙ୍କ ପଦ ରବ୍ଦ କରିବାକୁ ବାଚସ୍ପତିଙ୍କୁ ତାଲିକା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ।

ବିଜେଡିର ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ୧୪ ଜଣ ବିଧାୟକଙ୍କ ଟିକେଟ କଟିଥିଲା। ହେଲେ ସେଥିମଧ୍ୟରୁ ୫ ବିଧାୟକ ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ବିଜେପିରେ ଯୋଗ ଦେଇଥିଲେ।

Comment