ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଡେଲିଂରୁ ରାଜନୀତି, ଜାଣନ୍ତୁ କେମିତି ରହିଛି କେନ୍ଦମନ୍ତ୍ରୀ ସ୍ମୃତି ଇରାନିଙ୍କ ଲାଇଫ୍‌।

ପ୍ରଥମେ ମଡେଲିଂ, ତା’ପରେ ଟିଭି ଅଭିନେତ୍ରୀ ଆଉ ଏବେ ଜଣେ ପଲିଟିସିଆନ ହେଲେ ସ୍ମୃତି ଇରାନି। ୩ଟି ଯାକ କ୍ଷେତ୍ରରେ ବେଶ୍‌ ଚର୍ଚ୍ଚିତ ସ୍ମୃତି ଇରାନି। ଶନିବାର ସେ ତାଙ୍କ ୪୩ତମ ଜନ୍ମ ଦିବସ ପାଳନ କରୁଛନ୍ତି। ସ୍ମୃତି ୧୯୭୬ ମସିହା ମାର୍ଚ୍ଚ ୨୩ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ।

୧୯୯୮ରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହାପରେ ସ୍ମୃତି ପ୍ରଥମ ଥର ଏକ ଆଲବମ୍‌ କରି ଟିଭି ଦୁନିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୨ରେ ଏକତା କପୁର ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ଟିଭି ଶୋ ‘କିଉଁକି ଶାଶ ଭି କଭି ବୋହୂ ଥୀ’ରେ  ଅଭିନୟ କରିଥିଲେ। ଏହି ଶୋ ପାଇଁ ତାଙ୍କୁ ଆୱାର୍ଡ ମିଳିଛି। ଜଣେ ସଫଳ ଅଭିନେତ୍ରୀ ହେବା ସହିତ ସେ ସେ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ପକ୍ଷରୁ ସେ ଅମେଠୀରୁ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ। ସେ ରାହୁଲଙ୍କଠାରୁ ହାରିଯାଇଥିଲେ। ପୁଣିଥରେ ଚଳିତଥର ମଧ୍ୟ ସେ ରାହୁଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।

ସ୍ମୃତି ପିଲାଟି ଦିନରୁ ଆରଏସଏସ୍‌(ରାଷ୍ଟ୍ରିୟ ସ୍ଵଂୟସେବକ ସଂଘ) ସହ ଜଡ଼ିତ ଥିଲେ।

Comment