ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୧୦.୩୦ ପର୍ଯ୍ୟନ୍ତ ହେବ ସ୍କୁଲ। ସମସ୍ତ ସ୍କୁଲ ପାଇଁ ଆଡଭାଇଜରି ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏପ୍ରିଲ୍‌ ୩ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ। ସକାଳ ୧୦ଟାରେ ମାଧ୍ୟାହ୍ନ ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗାଇଡଲାଇନ୍‌ ଜାରି କରାଯାଇଛି। ସକାଳ ୬.୩୦ରୁ ୧୦.୩୦ ଯାଏଁ ହେବ କ୍ଲାସ୍‌। ଦିନ ୧୧ଟା ପରେ କୌଣସି ସ୍କୁଲ୍‌ରେ କ୍ଲାସ କରଯିବ ନାହିଁ।

ମାର୍ଚ୍ଚ ୩୦ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗ ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ପଠାଇଛନ୍ତି। ମେ’ ୬ରୁ ଖରାଛୁଟି ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment