ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଦବଙ୍ଗ ସଲମାନ୍‌ ଖାନ ବର୍ତ୍ତମାନ ତାଙ୍କ ଅଗାମୀ ଫିଲ୍ମ ‘ଭାରତ’ର ସୁଟିଙ୍ଗ୍‌ରେ ବ୍ୟସ୍ତ ଅଛନ୍ତି। ‘ଭାରତ’ ଫିଲ୍ମକୁ ନେଇ ଏବେଠୁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

ସାଧାରଣତଃ ସଲମାନ୍‌ ଖାନଙ୍କ ଅଭିନିତ ସମସ୍ତ ଫିଲ୍ମ୍‌ ସୁପରିହିଟ ହୋଇଥାଏ। ଭାଇଜାନ୍‌ ଙ୍କ ନାଁ ଶୁଣି ହି ଫିଲ୍ମ ହିଟ୍‌ ବୋଲି କୁହାଯାଏ। ତେବେ ସଲମାନ୍‌ଙ୍କ ‘ଟ୍ୟୁବଲାଇଟ’ ବକ୍ସଅଫିସରେ ଭଲ ପଦର୍ଶନ କରିପାରିନଥିଲା। ନିକଟରେ ଏକ ଇଣ୍ଟର୍‌ଭ୍ୟୁରେ ସଲମାନ୍‌ ତା’ଙ୍କ ‘ଟ୍ୟୁବ୍‌ଲାଇଟ’ ଫିଲ୍ମର ଫ୍ଲଫ୍‌ ପଛର କାରଣ ଖୁଲାସା କରିଛନ୍ତି।

‘ଟ୍ୟୁବଲାଇଟ’ ଫିଲ୍ମକୁ ଦର୍ଶକଙ୍କ ପସନ୍ଦ କରିନଥିଲେ ବୋଲି ସଲମାନ୍‌ କହିଛନ୍ତି। ଏହି ଫିଲ୍ମଟି ଇଦ ଅବସରରେ ରିଲିଜ ହେବା, ଫିଲ୍ମଟି ଫ୍ଲଫ୍‌ ହେବାର ସବୁଠୁ ବଡ଼ କାରଣ ବୋଲି ସଲମାନ୍‌ କହିଛନ୍ତି। ଇଦ୍‌ ଅବସରରେ ଲୋକମାନେ ଖୁସି ମନାଇଥାନ୍ତି। ଏଭଳି ସମୟରେ ଦୁଃଖ କାହାଣୀ ଭରା ସିନେମା “ଟ୍ୟୁବଲାଇଟ” ଦେଖିବାକୁ ଲୋକେ ପସନ୍ଦ କରିନଥିଲେ। ଏଥିପାଇଁ ‘ଟ୍ୟୁବଲାଇଟ’ ଫିଲ୍ମଟି ଫ୍ଲଫ୍‌ ହୋଇଥିବା ସଲମାନ୍‌ କହିଛନ୍ତି।

Comment