ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇରେ ଶନିବାର ଫିଲ୍ମଫେୟାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ବଲିଉଡ କଳାକାରଙ୍କ ପାଇଁ ଏହି ସମାରୋହ ବହୁତ ଖାସ। ଏହି ସମାରୋହରେ କଳାକାରଙ୍କୁ ବିଭିନ୍ନ ବର୍ଗରେ ପୁରୁସ୍କୃତ କରାଯାଇଥାଏ। ଫିଲ୍ମ ଫେୟାର ଆୱାର୍ଡ ୨୦୧୯ରେ ଶ୍ରେଷ୍ଠ ଅଭିନେତା ରଣବୀର କପୁର ହୋଇଥିଲାବେଳେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ।

ଆଲିୟାଙ୍କୁ ଫିଲ୍ମ ‘ରାଜି’ ପାଇଁ ବେଷ୍ଟ ଫିମେଲ ଆକ୍ଟ୍ରେସ ଆୱାର୍ଡ ମିଳିଥିଲାବେଳେ ରଣବୀର କପୁରଙ୍କ ପିଲ୍ମ ‘ସଞ୍ଜୁ’ ପାଇଁ ବେଷ୍ଟ ମେଲ ଆକ୍ଟର ଆୱାର୍ଡ ପାଇଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଆଲିୟାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଫିଲ୍ମରେ ଦର୍ଶକ ଆଲିୟାଙ୍କ ଅଭିନୟକୁ ଖବ୍‌ ପସନ୍ଦ କରିଥିଲେ।

ସେହିପରି ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ରେ ରଣବୀର କପୁର ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

LEAVE A REPLY

Please enter your comment!
Please enter your name here