ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ) ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀମାନେ ଗତ ୧୨ ଦିନ ମଧ୍ୟରେ କଟକ ସହରର ବିଭିନ୍ନ ସ୍ଥାନ ସହିତ ଫୁଲନଖରା, ଆଠଗଡ, ନିଆଳି,ସାଲେପୁର ଓ ବାରଙ୍ଗ ଅଂଚଳରେ ଚଢ଼ଉ କରିଛି। ଚଢ଼ଉ କରି ପର୍ଯ୍ୟାପ୍ତ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ସହିତ ଭାଙ୍ଗ, ଗଞ୍ଜେଇ ଜବତ କରି ଏହି କାରବାରରେ ସଂପୃକ୍ତ ୪୬ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କଠାରୁ ମଧ୍ୟ ୨ଟି କାର ଜବତ କରାଯାଇଛି। ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ଆୟୁକ୍ତ ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ତେବେ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ଏହି କଣ୍ଟ୍ରୋଲ ରୁମ ପକ୍ଷରୁ ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ତତ୍ୱାବଧାନରେ ୬ଟି ସ୍କ୍ୱାଡ ଗଠନ କରାଯାଇ ଅଂଚଳଗୁଡିକରେ ନିୟୋଜିତ କରାଯାଇଥିଲା। ସ୍କ୍ୱାଡର ଉପ ଅଧୀକ୍ଷକ ମଧୁସ୍ମିତା ନାୟକ, ଇନ୍ସପେକ୍ଟର ସେକ ଆବୁଜାର, ସଂଜିତ ବାର୍ଲା ଓ ଏସଆଇ ସସ୍ମିତା ହୋତା, ସ୍ୱାତୀ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ସିଂହ, ପ୍ରଦୀପ ସାମଲ, ରମେଶ ଶତପଥୀ, ସମରଜିତ ଦାସ ପ୍ରମୁଖ ଅଂଚଳଗୁଡିକରେ ଚଢଉ କରି ୯୨୫.୫ ଲିଟର ଦେଶୀ ମଦ, ୬୨.୨ ଲିଟର ସ୍ପିରିଟ ମଦ, ୧୧.୭ ଲିଟର ବିୟର, ୩.୬ ଲିଟର ବିଦେଶୀ ମଦ, ୪୫୬୦ ଲିଟର ମଦ ରନ୍ଧା ପୋଚ ଓ ୨ କେଜି ୧୫୦ ଗ୍ରାମ୍ ଭାଙ୍ଗ ଜବତ କରିଥିଲେ।

ଗତ ହୋଲିରେ ମଧ୍ୟ ଆଠଗଡର କୋରଗାଁ ଅଂଚଳରେ ଚଢଉ କରି ଏକ ମାରୁତି ୮୦୦ କାରକୁ ତନଖି କରି ସେଥିରୁ ୬୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୨୧.୬୦୦ଲିଟର ବିଦେଶୀ ମଦ ଜବତ କରିଥିଲେ। ତେବେ ଆଗାମୀ ନିର୍ବାଚନକୁ ଗୁରୁତ୍ୱ ଦେଇ ଏହି ଚଢଉ କାର୍ଯ୍ୟ ଚାଲୁ ରହିବ ବୋଲି ଅଧୀକ୍ଷକ ଶତପଥୀ ସୂଚନା ଦେଇଛନ୍ତି।

Comment