ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଜିଲ୍ଳା କୁଚିଣ୍ଡାରେ ବାଘ ଛାଲ ଚାଲାଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏସଟିଏଫ୍‌ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନରେନ୍ଦ୍ର ପିଙ୍ଗ ,ମନଫୁଲ ପ୍ରଧାନ ଏବଂ ଅକ୍ଷୟ ଭୋଇ। ଏମାନଙ୍କୁ ମିଶାଇ ବାଘ ଛାଲ ଚାଲାଣ ଘଟଣାରେ ଏପର୍ଯ୍ୟନ୍ତ ୧୦ଜଣଙ୍କୁ ଗରିଫ କରାଯାଇଛି।

ଏସଟିଏଫ୍‌ ଏମାନଙ୍କୁ ଗିରଫ କରି ଏସଡିଜେଏମ କୋର୍ଟରେ ହାଜର କରିଛି। ଏହି ଘଟରାରେ ଅଧିକ ସୁରାକ ପାଇବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏସଟିଏଫ୍‌ ଚଢ଼ାଉ କରି ବାଘ ଚମଡ଼ା ରାକେଟ୍‌କୁ ଠାବ କରିଥିଲା। ଏହି ମାମଲାରେ ୭ ଜଣ ଅଭିଯୁକ୍ତକୁ ଧରିବା ସହିତ ୪ଟି କଲରାପତରିଆ ବାଘ ଚମଡ଼ା ଉଦ୍ଧାର କରିଥିଲା ଏସଟିଏଫ୍‌।

Comment