ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ୨୦୧୮ ଭଳି ୨୦୧୯ ବି ଖାସ୍‌ ରହିଛି। ପ୍ରଥମେ ତାଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ବକ୍ସ ଅଫିସ୍‌ରେ କମାଲ କରିଥିଲାବେଳେ ଦର୍ଶକଙ୍କୁ ପସନ୍ଦ ଆସିଛି। ଏବେ ତାଙ୍କର ‘ପତି ପତ୍ନୀ ଅର ୱ’ ର ରିଲିଜ ଡେଟ୍‌ କନଫର୍ମ ହୋଇଛି। କାର୍ତ୍ତିକଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ବେଶ୍‌ ଖୁସି ଖବର କାରଣ ଏହି ଫିଲ୍ମ ୨୦୧୯ରେ ହିଁ ରିଲିଜ ହେବାକୁ ଯାଉଛି।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ ଜରିଆରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଫିଲ୍ଲ ଏହି ବର୍ଷ ଡିସେମ୍ବର ୨୦୧୯ରେ ରିଲିଜ ହେବ। ଫିଲ୍ମ କାଷ୍ଟ ସମ୍ପର୍କରେ ପୂର୍ବରୁ ହିଁ ଖୁଲାସା ହୋଇଯାଇଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟ୍‌ରେ ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେ ନଜର ଆସିବେ।

କାର୍ତ୍ତିକ ଆର୍ଯ୍ୟନ ୨୦୧୮ରେ ଫିଲ୍ମ ”ସୋନୁ କି ଟିଟୁକି ସୁଇଟ” ଫିଲ୍ମରେ ଡେବ୍ୟୁ କରିଥିଲେ। ଡେବ୍ୟୁ ଫିଲ୍ମ ହିଁ ତାଙ୍କର ହିଟ୍‌ ହୋଇଥିଲା। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ”ଲୁକା ଛୁପି” ରିଲିଜ ହୋଇଥିଲା। ଆରମ୍ଭରୁ ହିଁ କାର୍ତ୍ତିକଙ୍କ ଲୋକପ୍ରିୟତା ଉପରେ ରହିଛି। ଏବେ ତାଙ୍କ ଆଗାମୀ ଫିଲ୍ମ କେତେ ସଫଳ ହେବା ସେ ଉପରେ ସମସ୍ତଙ୍କ ନଜର ରହିଛି।

Comment