ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସୋମବାର ବିଜେଡିରେ ସାମିଲ ହୋଇଛନ୍ତି ବିଜେପିର ଜଣେ ଟାଣୁଆ ନେତା କୁହାଯାଉଥିବା ରାଜକିଶୋର ଦାସ। ରାଜକିଶୋର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

ରାଜକିଶୋର ବିଜେପିର ଉପସଭାପତି ସହିତ ମୟୁରଭଞ୍ଜର ଜଣେ ଟାଣୁଆ ନେତା ଥିଲେ। ଗତ ୪୦ବର୍ଷ ହେବ ରାଜକିଶୋର ବିଜେପି ସହ ଥିଲେ। ଦଳ ସଂଗଠନକୁ ମୟୂରଭଞ୍ଜରେ ସୁଦୃଢ କରିବା ଲାଗି ଅନେକ କିଛି କରିଥିଲେ। ଦଳରେ ଅଣଦେଖା କରାଯାଉଥିବାରୁ ସେ ବିଜେପି ଛାଡ଼ିଥିବା କହିଛନ୍ତି।

ରାଜକିଶୋରଙ୍କ ସହିତ ପାଖାପାଖି ୫୦ରୁ ଅଧିକ ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ରାଜକିଶୋର ୨୦୦୪ରେ ବାରିପଦାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେହିପରି ୨୦୦୯ ଓ ୨୦୧୪ରେ ମୋରଡ଼ାରୁ ନିର୍ବାଚନ ଲଢ଼ିଥିଲେ ରାଜକିଶୋର।

ତେବେ ରାଜକିଶୋର ଶଙ୍ଖ ଧରିବା ପରେ ବିଜେଡି ଲାଗି ଏହା କେତେ ସୁହାଇବ ଓ ବିଜେପି ଲାଗି କେତେ କ୍ଷତି ହେବ ତାହା ଆଗାମୀ ନିର୍ବାଚନ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment