ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଖାତା ଦେଖା ଆଜିଠାରୁ ଆରମ୍ଭ ହେବ। ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖାତା ଦେଖିବେ।

ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତର ଚାଲିବ ଖାତା ଦେଖା। ୧୬୦୩୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବେ।

ଖାତା ମୂଲ୍ୟାୟନ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ। ପୂର୍ବବର୍ଷ ପରି ଏଥର ମଧ୍ୟ ମାର୍କ ଅନଲାଇନରେ ପୋଷ୍ଟିଂ କରାଯିବ।

ତେବେ ଏଯାଏଁ ବଲାଙ୍ଗିର, ଢେଙ୍କାନାଳ ଓ କଟକର ଯେଉଁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ବାତିଲ କରାଯାଇଥିଲା ସେ ନେଇ ବୋର୍ଡ କିଛି ନିଷ୍ପତ୍ତି ନେଇନାହିଁ।

ଚଳିତ ବର୍ଷ ପାଖାପାଖି ୫ଲକ୍ଷ ୮୭ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମେ ତୃତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ହୋଇପାରେ।

Comment