ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିବା ଅପ୍‌କମିଙ୍ଗ୍‌ ଓଡ଼ିଆ ଫିଲ୍ମ ‘ବିଜୁ ବାବୁ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ‘ବିଜୁ ବାବୁ’ ଫିଲ୍ମର ଦୁଇଟି ଗୀତକୁ ସୋସିଆଲ ମିଡିଆରେ ଭଲ ଭ୍ୟୁ ମଧ୍ୟ ମିଳିଛି। ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ ପ୍ରସ୍ତୁତ ହୋଇଥିବା ବେଳେ ଓଡ଼ିଶାରେ ହିଁ  ଏହାର ସୁଟିଂ ହୋଇଛି। ସେଥିପାଇଁ ସିନେ ପ୍ରେମୀଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ଅଧିକ।

ପ୍ରକାଶ ଫିଲ୍ମ ବ୍ୟାନର ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ତଥା ଏଲେନୋରା ଇମେଜେସ୍ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି କମର୍ସିଆଲ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଫିଲ୍ମର ନାଁ ‘ବିଜୁ ବାବୁ’ ଥିବାବେଳେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି। ଆସନ୍ତା ଏପ୍ରିଲ ୧ରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ହେବ।

ନିକଟରେ ଭୁବନେଶ୍ୱର ମହାରାଜା ସିନେମା ହଲ୍‌ରେ ‘ବିଜୁ ବାବୁ’ ଚଳଚ୍ଚିତ୍ରର ଟ୍ରେଲର ତଥା ଅଡ଼ିଓ ରିଲିଜ୍‌ ହୋଇଥିଲା। ଟ୍ରେଲର ରିଲିଜ୍‌ ଅବସରରେ ଫିଲ୍ମର ନିର୍ଦ୍ଦେଶକ ନିଳମାଧବ ପଣ୍ଡା, ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଓ ମୁଖ୍ୟ ଅଭିନେତ୍ରୀ ସୁପ୍ରିୟା ନାୟକ ଏବଂ ଫିଲ୍ମର ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ।

‘ବିଜୁ ବାବୁ’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟ ଶ୍ରୀତମ ନନ୍ଦ, ଦିପ୍ତୀରେଖା, ଆଶୁତୋଷ ମହାନ୍ତି ପ୍ରମୁଖ କଣ୍ଠଦାନ କରିଛନ୍ତି। ‘ବିଜୁ ବାବୁ’ ଆସନ୍ତା ଏପ୍ରିଲ୍ ୧ରେ ରିଲିଜ୍ ହେବ।

ଅନ୍ୟପଟେ ‘ବିଜୁ ବାବୁ’ ଫିଲ୍ମକୁ ନେଇ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆର୍ଦଶକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାର ପ୍ରୟୋଗ ହୋଇଛି। ସମ୍ପୂର୍ଣ୍ଣ ଷୋଳ ଅଣା ଓଡ଼ିଆରେ ଏହି ଫିଲ୍ମ ନିର୍ମାଣ କରାଯାଇଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Comment