ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଦିତି ଭାଟିଆ। ହିନ୍ଦୀ ସିରିଏଲ ଜଗତର ବେଶ୍‌ ଜଣାଶୁଣା। ଷ୍ଟାରପ୍ଲସ୍‌ର ଲୋକପ୍ରିୟ ସିରିଏଲ ‘ୟେ ହୈ ମୋହବତେଁ’ ରୁହି ଭୂମିକାରେ ଅଭିନୟ କରିଛନ୍ତି। ଏହି ନାଁରେ ସେ ବେଶ୍‌ ଲୋକପ୍ରିୟ। ଏହି ସିରିଏଲରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅଦିତି ଭାଟିଆ।

ଗତ ବର୍ଷ ଯୁକ୍ତ ୨ ପଢ଼ା ସାରିଛନ୍ତି। ପାଠପଢ଼ା ସହିତ ସେ ଅଭିନୟ ଜାରି ରଖିଛନ୍ତି। ବଲିଉଡରେ ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିସାରିଛନ୍ତି ଅଦିତି। ଅଭିନୟ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିବା ପାଇଁ ଅଦିତିଙ୍କୁ ବେଶୀ କିଛି ସଂଘର୍ଷ କରିବାକୁ ପଡ଼ିନାହିଁ । ଏକ ରାଜପରିବାର କନ୍ୟା ହୋଇଥିବାରୁ ବେଶ୍‌ ଆରାମରେ ନିଜ କ୍ଷେତ୍ରରେ ଆଗେଇ ଚାଲିଛନ୍ତି।।

ଅଦିତିଙ୍କ ସୁନ୍ଦର ଚେହେରା ଓ ଅଭିନୟ ପାଇଁ ସେ ଦର୍ଶକ ମହଲରେ ଖୁବ୍‌ ଚର୍ଚ୍ଚିତ।

Comment