ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀଙ୍କ ପାଇଁ ମେଣ୍ଟାଲ ଶବ୍ଦ ବା ପାଗଳ ଶବ୍ଦର ବ୍ୟବାହର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ଆଇପିଏସ୍‌।

ନିର୍ବାଚନକୁ ଆଉ କମ୍‌ ଦିନ ରହିଥିବାରୁ ରାଜନୈତିକ ଦଳମାନଙ୍କର ପ୍ରଚାର ପ୍ରସାର ଜୋର ହୋଇଛି। ଏହି ମଧ୍ୟରେ ନେତାଙ୍କ ଭିତରେ ବାକ୍‌ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି ବାକ୍‌ ଯୁଦ୍ଧରେ ରାଜନେତା ବିରୋଧୀଙ୍କ ପାଇଁ ଅନେକ ସମୟରେ ଅପଶବ୍ଦ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ମନୋଚିକିତ୍ସକ ସୋସାଇଟି (ଆଇପିଏସ୍) ନେତାଙ୍କର ଏପରି ଶବ୍ଦଗତ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି।

ନିର୍ବାଚନୀ ପ୍ରଚାର ବା କୌଣସି ସଭାରେ ଭାଷଣ ଦେବା ସମୟରେ  ବିରୋଧୀଙ୍କ ପାଇଁ ‘ମେଣ୍ଟାଲ’ ବା ‘ପାଗଳ’ ଶବ୍ଦର ବ୍ୟବହାର  ନକରିବାକୁ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇପିଏସ୍ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

ଭାରତୀୟ ମନୋଚିକିତ୍ସକ ସୋସାଇଟି ଅନୁସାରେ ଏଭଳି ଶବ୍ଦର ବ୍ୟବହାର ଅପମାନଜନକ ଓ ଅମାନବୀୟ।

ଗତ ଦିନରେ ଅନେକ ନେତା ବିରୋଧୀଙ୍କ ପାଇଁ ଏପରି ଶବ୍ଦର ବ୍ୟବହାର କରିଥିବା ଦେଖାଯାଇଛି। ଆଇପିଏସ୍‌ର ଚେୟାରମ୍ୟାନ ଡକ୍ଟର ବିଏନ ରବିଶ ଏବଂ କୋ ଚେୟାରମ୍ୟାନ ଡକ୍ଟର ସୁରେଶ ବାଡା କହିଛନ୍ତି ଯେ ନିଜର ବିରୋଧୀମାନଙ୍କ ପାଇଁ ରାଜନେତାମାନେ ବ୍ୟବହାର କରୁଥିବା ମେଣ୍ଟାଲ  ଅବା ପାଗଳ ଶବ୍ଦ ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଭେଦଭାବପୂର୍ଣ୍ଣ, ଅମାନବୀୟ, ଅପମାନଜନକ। ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ଆଇପିଏସ୍‌ ଅନୁରୋଧ କରିଛି।

Comment