ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମଙ୍ଗଳବାର ସକାଳେ ସିଆର୍‌ପିଏଫ୍‌ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ଓ ଏନ୍‌କାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିମାପୁରମ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ବିଷୟରେ ଖବର ପାଇ ସିଆର୍‌ପିଏଫ୍‌ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ପଲଟା ଗୁଳିମାଡ଼ରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି।

ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ କିଛି ବିଷ୍ଫୋଟକ ଜବତ କରିଥିବା ବେଳେ ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌ ଓ ଦୁଇଟି ୩୦୩ ରାଇଫଲ ଉଦ୍ଧାର କରିଛନ୍ତି। ତେବେ ଏହା ପରେ ମଧ୍ୟ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Comment