ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିପାତ ହୋଇଛନ୍ତି। ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରୁ ୩୦୩ ବନ୍ଧୁକ ଓ ଇନସାସ୍‌ ରାଇଫଲ ଜବତ କରିଛନ୍ତି ସୁରକ୍ଷାକର୍ମୀ।

ମଙ୍ଗଳବାର ସକାଳୁ ମାଓବାଦୀ ଓ କୋବ୍ରାବାହିନୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ।

Comment