ଓଡ଼ିଶାଲାଇଭ୍‌ ବ୍ୟୁରୋbollywood

ବିଗତ ଦିନରେ ବଲିଉଡ ଷ୍ଟାର କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର ହୋଇଛି। ପରବର୍ତ୍ତୀ ସମୟରେ ବଲିଉଡ ଷ୍ଟାର ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି।

ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା। କେଉଁଠି ନେତା ଦଳ ବଦଳେଇଲେଣି ତ କେଉଁଠି ଦଳରେ ନୂଆ ମୁହଁ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ବଲିଉଡ ଷ୍ଟାରଙ୍କୁ ନେଇ ହେଉଛି।

ଗତ କିଛି ଦିନ ଭିତରେ ବଲିଉଡର ଅନେକ କଳାକାର କଂଗ୍ରେସରେ ସାମିଲ ହେବା ନେଇ ଖବର ଆସୁଛି। ଯେମିତିକି ପ୍ରଥମେ କରୀନା କପୁର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଉଠିଥିଲା। ପରବର୍ତ୍ତୀ ସମୟରେ ସେ ରାଜନୀତି କରିବାକୁ ଚାହୁଁନଥିବା ସ୍ପଷ୍ଟ କରିଥିଲେ।

ଏଇ ନିକଟରେ ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ଖବର ଆସିଥିଲା। ମାତ୍ର ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ସେ କଂଗ୍ରେସରେ ସାମିଲ ହେଉନାହାନ୍ତି।

 

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସଞ୍ଜୟ ସୋମବାର ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ସେ ଟୁଇଟ କରି ନିର୍ବାଚନ ଲଢ଼ୁ ନଥୁବା ସ୍ପଷ୍ଟ କରିଛନ୍ତି।

ଏବେ ପୁଣି ଅଭିନେତ୍ରୀ ଉର୍ମିଳା ମାତେଣ୍ଡକରଙ୍କୁ ନେଇ ଚର୍ଚ୍ଚା ଜୋର ହେଉଛି। ହେଲେ କଂଗ୍ରେସରେ ସାମିଲ ହେବେ କି ନା ତାହା ସ୍ପଷ୍ଟ ହୋଇନାହିଁ।

 

Comment