ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱତନ୍ତ୍ରତାରେ ଭରା ଉତ୍ତରପ୍ରଦେଶର ଅଷ୍ଟଭୁଜା ମନ୍ଦିର। ୯୦୦ ବର୍ଷ ପୂର୍ବେ ଏଠାରେ ମୁଣ୍ଡ ନଥିବା ମୂର୍ତ୍ତି ପୂଜା କରାଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ରିପୋର୍ଟ ଅନୁଯାୟୀ, ୧୬୯୯ ମସିହାରେ ହିନ୍ଦୁ ମନ୍ଦିରଗୁଡ଼ିକୁ ଭାଙ୍ଗିବାକୁ ଔରଙ୍ଗଜେବ ଆଦେଶ ଦେଇଥିଲେ। ଏହି ସମୟରେ ଏହି ମନ୍ଦିରକୁ ବଞ୍ଚାଇବା ପାଇଁ ପୂଜାରୀ ମନ୍ଦିରର ମୁଖ୍ୟଦ୍ୱାରକୁ ମସଜିଦ୍ ପରି ନିର୍ମାଣ କରିଦେଇଥିଲେ। ତେଣୁ ମୋଗଲ ସୈନିକ ଭ୍ରମରେ ପଡ଼ି ଏହାକୁ ଭାଙ୍ଗି ନଥିଲେ।

କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକର ନଜର ମନ୍ଦିରରେ ଟଙ୍ଗା ହୋଇଥିବା ଏକ ଘଣ୍ଟା ଉପରେ ପଡ଼ିଥିଲା। ଏହା ପରେ ମନ୍ଦର ବିଷୟରେ ଜାଣଇବା ପରେ ସେନାମୁଖ୍ୟ ମନ୍ଦିରରେ ଥିବା ମୂର୍ତ୍ତିକୁ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ସେହି ଦିନଠାରୁ ଏହି ମନ୍ଦରରେ ଭଙ୍ଗାମୂର୍ତ୍ତୀ ପୂଜା ପାଇ ଆସୁଛି।

୨୦୦୭ରେ ଦିଲୀରୁ ଆସିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହା ୧୧୦୦ ଶତାବ୍ଦୀର ବୋଲି କହିଥିଲେ। ଏହି ମନ୍ଦିର ସିନ୍ଧୁ ଘାଟି ସଭ୍ୟତାରେ ହୋଇଥିଲା। ମନ୍ଦିରକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିଲେ ମଧ୍ୟ  ଏକଥା ସତ ଯେ ମନ୍ଦିରରେ ଥିବା ମୂର୍ତ୍ତିଗୁଡ଼ିକର ମୁଣ୍ଡ ନାହିଁ। ଯାହା ଆଜି ପର୍ଯ୍ୟନ୍ତ ସେମିତି ପୂଜା ପାଇ ଆସୁଛନ୍ତି। ଏହା ସହିତ ମନ୍ଦିରର ମୁଖ୍ୟଦ୍ୱାରରେ କିଛି ଲେଖା ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଭାଷାକୁ ଐତିହାସିକ କିମ୍ବା ପ୍ରତ୍ନତତ୍ତ୍ୱବିତ୍ ମଧ୍ୟ ବୁଝି ପାରୁନାହାନ୍ତି।

Comment