ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ରେଞ୍ଜର ଧାନଶୋଳା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଛନ୍ତି ବନବିଭାଗ କର୍ମଚାରୀ। ମୃତ ମାଈ ହାତୀର ବୟସ ପାଖାପାଖି ୧୫ବର୍ଷ ହେବ ବୋଲି କୁହାଯାଉଛି।
ନିକଟରେ ଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ହାତୀ ର ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟି ପ୍ରାୟ ତିନି ଚାରି ଦିନ ପୂର୍ବରୁ ମରିଥିବା ଅନୁମାନ କରାଯାଉଛି।