ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ବାରଣାସୀ ନିର୍ବାଚନ ମଣ୍ଡଳୀରେ ପୋଲିସ ଅବ୍ଜର୍ଭର ହେବ ଓଡ଼ିଆ ଆଇପିଏସ୍ ଅଫିସର ଲଳିତ ଦାସ।
ଓଡ଼ିଶାର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ବୁଧବାର ବାରଣାସୀର ସ୍ୱତନ୍ତ୍ର କେନ୍ଦ୍ରୀୟ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।
ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀ ଦାସଙ୍କୁ ଆସନ୍ତା ମାର୍ଚ୍ଚ ୨୯ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବାରାଣାସୀ ପୋଲିସ ଅବ୍ଜର୍ଭର ଭାବେ ନିଯୁକ୍ତି ମିଳିଛି।
ଲଳିତ ଦାସ ହେଉଛନ୍ତି ୧୯୯୨ ବ୍ୟାଚ୍ର ଆଇପିଏସ୍ ଅଫିସର। ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ପୋଲିସ ଆବାସ ଓ କଲ୍ୟାଣ ନିଗମ ଲିମିଟେଡର ଚେୟାରମ୍ୟାନ୍ କମ୍ ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ଶ୍ରୀ ଦାସ ହେଉଛନ୍ତି IIT ମାଡ୍ରାସ, IIM ବେଙ୍ଗାଳୁରୁ, NIT ରାଉରକେଲାର ପୂର୍ବତନ ଛାତ୍ର।
ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

















