ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ଆମେଥି ଗସ୍ତ କରିବେ। ପ୍ରିୟଙ୍କା ପ୍ରାୟ ଦିନ ୧ଟାରେ ଅମେଠୀରେ ପହଞ୍ଚିବେ। ସେଠାରେ ସେ ଏକ ଜନସଭାରେ ଯୋଗ ଦେବା ସହିତ ବୁଥ୍‌ ଅଧ୍ୟକ୍ଷଙ୍କ ସହ ବୈଠକ କରିବେ।

ନିର୍ବାଚନରେ ଆମେଥିରେ ରାହୁଲଙ୍କୁ କଡ଼ା ଟକ୍କର ଦେବେ ସ୍ମୃତି ଇରାନି। ଏହି ଦୃଷ୍ଟିରୁ ଅମେଠୀରେ ଭାଇ ରାହୁଲଙ୍କ ପାଇଁ ଆମେଥିରେ ପ୍ରଚାର ଆରମ୍ଭ କରିବେ ପ୍ରିୟଙ୍କା।

ତା’ପରେ ପ୍ରିୟଙ୍କା ରାୟବରେଲୀ ପାଇଁ ବାହାରିବେ। ମାର୍ଚ୍ଚ ୨୭ ଓ ୨୮ ଦୁଇ ଦିନ ଆମେଥି ଓ ରାୟବରେଲୀରେ କାର୍ଯ୍ୟକ୍ରମ କରିବା ପରେ ମାର୍ଚ୍ଚ ୨୯ରେ ଅଯୋଧ୍ୟା ଗସ୍ତ କରିବେ ପ୍ରିୟଙ୍କା।

ପ୍ରିୟଙ୍କା ଆଜି ଅଯୋଧ୍ୟା ଗସ୍ତରେ ଯାଇଥାନ୍ତେ। ହେଲେ ସେ ତାଙ୍କ  କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ବୁଧବାର ଆମେଥି ଗସ୍ତ କରୁଛନ୍ତି। ମାର୍ଚ୍ଚ ୨୯ରେ ପ୍ରିୟଙ୍କା ଅଯୋଧ୍ୟା ଗସ୍ତ କରିବେ।

Comment