ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଗୁଳସ୍ଥିତ ନାଲ୍‌କୋ ଟାଉନ୍‌ସିପ୍‌ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ମାର୍ଚ୍ଚ ୨୫ରୁ ୬ଦିନ ବ୍ୟାପୀ ଏହି ମହୋତ୍ସବ ପାଳନ କରାଯାଏ।

ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ଏହି ଉତ୍ସବରେ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି, ରାଞ୍ଚିର ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ଉପସଭାପତି ପୀତବାସ ରାଉତରାୟ, ପୁରୀର ରାମକୃଷ୍ଣ ଦାସ ମହାରାଜ, ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ନାଲ୍‌କୋସ୍ଥିତ ମନ୍ଦିର ପରିଦର୍ଶନ କରିବା ପରେ ମୀନା ବଜାରକୁ ଆସି ଠାକୁରଙ୍କର ଚତୁର୍ଦ୍ଧା ବିଗ୍ରହଙ୍କର ଲୀଳାକ୍ଷେତ୍ର ଫଟୋ ପ୍ରଦର୍ଶନୀ, ଶ୍ରୀ ମହାପ୍ରଭୁଙ୍କର ଚବିଶି ଗୋଟି ବେଶ ପ୍ରଦର୍ଶନୀ, ଶ୍ରୀ ମନ୍ଦିରର ୫୬ ଭୋଗ ପ୍ରଦର୍ଶନୀ, ଶ୍ରୀ ଚତୁର୍ଥ ବିଗ୍ରହଙ୍କର ନବକଳେବର ଫଟୋ ଓ ଭିଡିଓ ପ୍ରଦର୍ଶନୀ ଓ ଶ୍ରୀ ଜଗନ୍ନାଥଙ୍କ ପୁସ୍ତକ ମେଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ନାଲକୋ ନଗର ମନ୍ଦିର କମିଟି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଯୋଗ ଦେଇଥିଲେ।

Comment