ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଯୁବ ନେତାଙ୍କୁ ଟିକେଟ ଦେଲା ବିଜେଡି।

୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ନୂଆ ଓ ପୁରୁଣା ମୁହଁକୁ ଅଗ୍ରାଧିକାର ମିଳିଛି। ବିଶେଷକରି ଯେଉଁ ଯୁବ ନେତାମାନଙ୍କ ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଥିଲା ସେମାନଙ୍କୁ ନବୀନ ପୁଣି ଭରସା କରିଛନ୍ତି।

ନୟାଗଡ଼ ପାଇଁ ପୁଣିଥରେ ଅରୁଣ ସାହୁ ଟିକେଟ ନେଇଥିବା ବେଳେ ବ୍ରହ୍ମଗିରି ପାଇଁ ସଞ୍ଜୟ ଦାସବର୍ମା, ମହାକାଳପଡ଼ା ପାଇଁ ଅତନୁସବ୍ୟସାଚୀ ନାୟକଙ୍କୁ ଟିକେଟ ମିଳିଛି। ସେହିପରି ମାହାଙ୍ଗାରୁ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି ବିଜେଡି।

ବିଶେଷକରି ସଞ୍ଜୟ, ଅତନୁ ଓ ଅରୁଣଙ୍କୁ ଟିକେଟ ମିଳିନପାରେ ବୋଲି ଚର୍ଚ୍ଚା ହେଉଥିଲା। ଅତନୁ ଓ ଅରୁଣଙ୍କୁ ଗତ କିଛିଦିନ ତଳେ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ନୋଟିସ ଆସିଥିବା ବେଳେ ସଞ୍ଜୟଙ୍କୁ ପୂର୍ବରୁ ନୋଟିସ ହୋଇଥିଲା। ଏଣୁ ଏହି ତିନି ନେତାଙ୍କୁ ଟିକେଟ ମିଳି ନପାରେ ବୋଲି କୁହାଯାଇଥିଲା। ଶେଷରେ ଏମାନଙ୍କ ଉପରେ ନବୀନ ଭରସା କରିଛନ୍ତି।

ସେହିପରି ଅନ୍ୟତମ ଯୁବ ନେତା ବ୍ୟୋମକେଶ ରାୟ ଚାନ୍ଦବାଲିରୁ ଟିକେଟ ନେଇଥିବା ବେଳେ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ଟିକେଟ ପାଇଛନ୍ତି। ସାଲେପୁର ପାଇଁ ଯୁବ ନେତା ପ୍ରଶାନ୍ତ ବେହେରାଙ୍କ ଉପରେ ବିଜେଡି ଭରସା କରିଛି।

ସିମୁଳିଆ ପାଇଁ ପୁଣି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଟିକେଟ ପାଇଥିବା ବେଳେ ସୁକିନ୍ଦାରୁ ଟିକେଟ ନେଇଛନ୍ତି ପ୍ରୀତି ରଞ୍ଜନ ଘଡ଼ାଇ।

Comment