ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା : ୧୨ ବର୍ଷ ତଳର ଏକ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛିା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ଵତନ୍ତ୍ର ଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଏହ ହତ୍ୟା ଉଦ୍ୟମ ମାମଲାର ବିଚାର କରି ୭ ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ନଦେଇ ପାରିଲେ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତିା

ଘଟଣାଟି ଘଟିଥିଲା ନିକିରାଇ ଥାନା ଅନ୍ତତର୍ଗତ ହନୁମନ୍ତପାଳ ଗାଁରେ। ୨୦୦୬ ମସିହା ସେପ୍ଟେମ୍ବର ୧୧ ତାରିଖରେ ଗାଁ ସ୍କୁଲ କମିଟି ଗଠନ କରିବାକୁ ସ୍କୁଲର ପ୍ରଧାନ ଶିକ୍ଷକ ଅଭିଭାବକ ସଭା ଡାକିଥିଲେ।

ବୈଠକରେ ଅନାଦି ରାଉତ ନାମକ ଜଣେ ବ୍ୟକ୍ତି କିଛି କହିବାକୁ ଚାହୁଁଥିବା ବେଳେ ଗାଁର କିଛି ଲୋକ ବିରୋଧ କରିଥିଲୋ ଅନାଦିଙ୍କୁ କଥା କହିବାର ସୁଯୋଗ ନଦେବାରୁ ବଚସା ଆରମ୍ଭ ହୋଇଥିଲା। ବଚସାରୁ ମହାଭରତ ସୃଷ୍ଟି ହୋଇଥିଲା।

ଗାଁର  ତୁଷାରକାନ୍ତ ରାଉତ, ଅକ୍ଷୟ ରାଉତ, ମାନସ ରାଉତ, ଭୀମସେନ ରାଉତ, ଜୟନ୍ତ ରାଉତ, କବିନ୍ଦ୍ର ସ୍ଵାଇଁ ଓ ଆଶିଷ ସାମଲ ମିଳିମିଶି ଅନାଦିଙ୍କୁ ନିସ୍ତୁକ ପିଟିଥିଲୋ ମାରଣାସ୍ତ୍ରରେ ଅନାଦିଙ୍କ ମୁଣ୍ଡକୁ ବି ଆକ୍ରମଣ କରିଥିଲୋ ମରଣ ମୁହଁରୁ ବଞ୍ଚିଥିଲେ ଅନାଦି। ଏନେଇ ଥାନାରେ ଏତଲା ଦିଆଯାଇଥିଲା।

ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇବା ସହିତ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଯୁବ ଆଇନଜୀବୀ ସଞ୍ଜୟ କୁମାର ଜେନା ମାମଲା ପରିଚାଳନା କରୁଥିଲେ।

Comment