ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ସିରିଏଲରେ ଆଇପିଏସ୍‌ ଅଫିସର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ସିଂହ ପୁଣି ଥରେ ସିରିଏଲ ଜଗତକୁ ଫେରୁଛନ୍ତି। ଦୀପିକା ୨୦୧୬ରେ ଷ୍ଟାର ପ୍ଲସରେ ପ୍ରସାରିତ ସିରିଏଲ ‘ଦିଆ ଔର ବାତି ହମ୍‌’ରେ ନଜର ଆସିଥିଲେ। ସେ ଏହି ସିରିଏଲରେ ଜଣେ ଆଇପିଏସ୍‌ ଅଫିସର ଭୂମିକାରେ ନଜର ଆସିଥିଲେ।

୨୦୧୭ରେ ଦୀପିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତା’ପରଠୁ ତାଙ୍କୁ ଆଉ ସିରିଏଲରେ ଦେଖିବାକୁ ମିଳୁନଥିଲା।

ରିପୋର୍ଟ ଅନୁସାରେ ସେ ଏବେ ପୁଣି ସିରିଏଲ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ କରିବେ। ଏକତା କପୁରଙ୍କ ସିରିଏଲ ‘କବଚ କାଲି ଶକ୍ତିଓଁ କା-୨’ରେ ଅଭିନୟ କରିବେ।

୨୦୧୪ରେ ଟିଭି ଡାଇରେକ୍ଟର ରୋହିତ ରାଜଙ୍କୁ ବିବାହ କରିଥିଲେ ଦୀପିକା ।

Comment