ଓଡ଼ିଶାଲଇଭ୍ ବ୍ୟୁରୋ

ତାତିରୁ ଲୋକେ ସାମନ୍ୟ ଆଶ୍ୱସ୍ତି ପାଇବେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ଆଗାମୀ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା ଅଛି।

ଆଜି ମୟୁରଭଞ୍ଜ,ବାଲେଶ୍ୱର,ଗଜପତି, ଜଞ୍ଜାମ ଓ ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟରେ ଅନ୍ୟ ଜିଲ୍ଲାରେ ପାଗ ପ୍ରାୟତଃ ଶୁଖିଲା ରହିବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମାର୍ଚ୍ଚ ୨୯ରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମାର୍ଚ୍ଚ ୩୦ରେ ସୁନ୍ଦରଗଡ଼, କେନ୍ଦୁଝର,କଳାହାଣ୍ଡି, କନ୍ଧମାଳ,ନୟାଗଡ଼,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି।

ଏହି ସମୟରେ ଉପକୂଳ ଜିଲ୍ଲାମାନଙ୍କରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ, ନୟାଗଡ,ବୌଦ୍ଧ,ସୋନପୁର ଏବଂ ଖୋର୍ଦ୍ଧାରେ ମାର୍ଚ୍ଚ ୩୧ରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Comment