ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଟାଉନରେ ଏବେ ଗୋଟିଏ ଖବର ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେବନି ବା କେମିତି ଖବର ବି ସେତିକି ରୋଚକ। ମିଡିଆ ରିପୋର୍ଟ ଅନୁସାରେ ଅର୍ଜୁନ ଓ ମଲାଇକା ଏପ୍ରିଲରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ଗତ କିଛି ଦିନ ହେବ ଉଭୟ ଅର୍ଜୁନ ଓ ମଲାଇକା ପରସ୍ପରକୁ ଡେଟ କରିଆସୁଛନ୍ତି, ଏହାସହିତ ଏହି ଲଭବାର୍ଡଙ୍କୁ ଅନେକ ସମୟରେ ଏକାଠି ସ୍ପଟ କରାଯାଇଛି। କିନ୍ତୁ କେବେ ବି ଏମାନେ ମିଡିଆ ସାମ୍ନାରେ ସେମାନଙ୍କର ରିଲେସନସିପ୍‌କୁ ନେଇ ମୁହଁ ଖୋଲିନାହାନ୍ତି।

ତେବେ ସୂଚନାନୁସାରେ ଏପ୍ରିଲ ୧୯ରେ ମଲାଇକା ଓ ଅର୍ଜୁନ ବିବାହ କରିପାରନ୍ତି। ଏହି ବିବାହରେ ଅର୍ଜୁନ ଓ ମଲାଇକାଙ୍କ ଫ୍ୟାମିଲି ବ୍ୟତିତି କିଛି କ୍ଲୋଜ ଫ୍ରେଣ୍ଡ ବି ସାମିଲ ହେବା ନେଇ ସୂଚନା ମିଳୁଛି। ଯଦି ଏହି ଖବର ସତ ହୋଇଥାଏ ତେବେ ବଲିଉଡରେ ଆଉ ଏକ ଗ୍ରାଣ୍ଡ ୱେଡିଂ ଦେଖିବାକୁ ମିଳିବ।

Comment