ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଅନୁଭୂତ ହେଉଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଏହାସହ ବୁଧବାର ପାଖାପାଖୁ ୧୨ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି।

ଗତ ୩ରୁ୪ ଦିନ ହେବ ଏଭଳି ଗରମ ଲାଗି ରହିଛି। ତେବେ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଗରମ ଆହୁରି ୨ରୁ୩ଦିନ ଯାଏଁ ଲାଗି ରହିବ। ଏହାସହ ସାରା ରାଜ୍ୟରେ ତାପମାତ୍ରା ୩ଡିଗ୍ରୀ ଯାଏଁ ବୃଦ୍ଧି ହେବ।

ସେହପରି ଆଗାମୀ ୭୨ଘଣ୍ଟା ପର୍ଯ୍ୟନ୍ତ ଗରମ ଅନୁଭୂତ ହେବାକୁ ଥିବାବେଳେ ୩୧ରେ ସମ୍ବଲପୁର, ବରଗଡ,ଝାରସୁଗୁଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ରାଜ୍ୟର ଅନ୍ୟାନ୍ୟ ସହରରେ ପାଗ ପ୍ରାୟତଃ ଶୁଖିଲା ରହିବ।

Comment