ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟି ବୈଠକ। ଏହି ବୈଠକରେ ଯେଉଁ ଆସନ ଲାଗି ଏଯାଏଁ ଦଳ ପ୍ରାର୍ଥୀ ଦେଇନାହିଁ ସେ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନ କରାଯିବ ବୋଲି ସୂଚନା ମିଳିଛି।

ସେପଟେ ପିସିସି ସଭାପତି ବୁଧବାରରୁ ଦିଲ୍ଲୀରେ ଅଛନ୍ତି। ବାକିଥିବା ଆସନ ଲାଗି ଖୁବ୍‌ଶୀଘ୍ର ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଜେପି ଓ ବଜେଡି ପ୍ରାର୍ଥୀ ତାଲିକାରେ ଏଥର ଉଭୟ ଲୋକସଭା ଓ ବିଧାନସଭା ଲାଗି ମହିଳାଙ୍କୁ ଟିକେଟ ଦେଇଛନ୍ତି। ସେହିକ୍ରମରେ କୁହାଯାଉଛି ଏଥର କଂଗ୍ରେସର ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଗୁରୁତ୍ଵ ଦିଆଯାଇପାରେ।

ଅନ୍ୟପଟେ ଯେପରି ପ୍ରାର୍ଥିତାଲିକା ଘୋଷଣାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ତାହାକୁ ହାଇକାମାଣ୍ଡ କେମିତି ବାଲାନ୍ସ କରୁଛନ୍ତି ତାହା ଉପରେ ଏବେ ନଜର ରହିଛି।

ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ଅଙ୍କ କଷୁଛନ୍ତି ନେତା ଓ କର୍ମୀ।

Comment