ଓଡ଼ିଆଲାଇଭ୍‌ ବ୍ୟୁରୋ

ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣକାରୀମାନେ ଛାଡ଼ି ଦେଇଛନ୍ତି। ଦୁର୍ବୃତ୍ତମାନେ ବିଡିଓଙ୍କୁ ବଲାଙ୍ଗୀର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଛାଡ଼ିଦେଇଥିଲେ। ସେଠାରୁ ବିଡ଼ିଓ ସରୋଜ ମିଶ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସିଛନ୍ତି। ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ବିଡିଓ ସରୋଜ ମିଶ୍ରଙ୍କ ଋଦ୍ଧଦ୍ୱାର ଆଲୋଚନା ଚାଲିଛି।

ଆଲୋଚନ ପରେ ବଲାଙ୍ଗୀର ଏସ୍‌ପି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏହି ଅପହରଣ ପଛରେ ବ୍ଲକ ଉପାଧ୍ୟକ୍ଷ ସମ୍ପୃକ୍ତ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ପୁଇଁତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ କରିଥିଲେ। ବ୍ଲକ ଉପାଧ୍ୟକ୍ଷଙ୍କ ସହିତ ଅନ୍ୟମାନଙ୍କ ହାତ ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଆଜି ଅପରାହଣ ପାଖାପାଖି ୪ରୁ ସାଢ଼େ ୪ଟା ମଧ୍ୟରେ ବିଡିଓ ଅଫିସରେ କାର୍ଯ୍ୟରତ ଥିବା ବେଳେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଅଫିସ୍‌ ଭିତରକୁ ପସି ଆସିଥିଲେ। କିଏ କ’ଣ ଭାବି ଆଗରୁ ବିଡିଓ ସରୋଜ ମିଶ୍ରଙ୍କ ପାଟି ବନ୍ଦ କରି ଜବରଦସ୍ତି ବାହାରକୁ ଆଣି କାର୍‌ରେ ବସାଇ ନେଇଯାଇଥିଲେ।

Comment