ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଆଉ ଦିନ କେଇଟା ରହିଲା। ଏଥିଲାଗି ସମସ୍ତେ ସବୁଠି ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇସାରିଲେଣି। ସେ ଯେତେ ଦୁର୍ଗମ ସ୍ଥାନ ହେଲେ ବି ସେଠାରେ ଭୋଟିଂ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଗୋଟିଏ ଭୋଟରେ ବି ସରକାର ବଦଳି ଯାଇପାରେ। ଲୋକତନ୍ତ୍ରରେ ଭୋଟର ମୂଲ୍ୟ ରହିଛି। ଲୋକସଂଖ୍ୟା ଯେତେ କମ୍ ହେଇଥାଉ ପଛେ ଭୋଟିଂ ହେବା ସୁନିଶ୍ଚିତ ବୋଲି ମୁଖ୍ୟ ନିର୍ବାଚନ କମିଶନ ଗୁରୁତ୍ୱାରୋପ ଦେଇଛନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୋଟଗ୍ରହଣ କେନ୍ଦ୍ର ଏମିତି ଏକ ସ୍ଥାନରେ ରହିଛି ଯେଉଁଠି ନିର୍ବାଚନ ଅଧିକାରୀ ଚାଲିଚାଲି ଗଲେ ଗୋଟିଏ ଦିନ ଲାଗିବ। ଏହି ସ୍ଥାନଟି ଅରୁଣାଚଳପ୍ରଦେଶର ଅନଜା ଜିଲ୍ଲାରେ। ଭାରତ-ଚୀନ ସୀମା ନିକଟରେ ଏହି ଭୋଟଗ୍ରହଣ କେନ୍ଦ୍ର ରହିଛି। ଏହି ସ୍ଥାନକୁ ପ୍ରତିଥର ଭଳି ଏଥର ମଧ୍ୟ ନିର୍ବାଚନ ଅଧିକାରୀମାନେ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟକର କଥା ହେଲା ଏଠାରେ ଭୋଟର ସଂଖ୍ୟା ମାତ୍ର ଜଣେ । ଜଣେ ଭୋଟରଙ୍କ ପାଇଁ ପୁଲିଂ ବୁଥ ପ୍ରସ୍ତୁତ କରାଯାଇଥାଏ। ଏହା ଭାରତର ସବୁଠୁ ଛୋଟ ପୁଲିଂ ବୁଥ୍ ଅଟେ।

ଏହି ଗାଁର ନାଁ ହେଉଛି ମାଲୋଗମ। ସେଠାରେ ସୋକୋଲ ନାମକ ମହିଳା ସପରିବାର ରହୁଛନ୍ତି। ଏଠାରେ ଆହୁରି କିଛି ପରିବାର ରହିଛି କିନ୍ତୁ ସେମାନଙ୍କ ମତଦାନ କେନ୍ଦ୍ର ଅଲଗା। ଏହା ପୂର୍ବରୁ ମତଦାନ କେନ୍ଦ୍ରରେ ୨ ଜଣ ମତଦାତା ଥିଲେ । ଅନ୍ୟଜଣଙ୍କ ଥିଲେ ସୋକେଲାଙ୍କ ପତି ଜେନେଲମ ତୟାଙ୍ଗ। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ତାଙ୍କ ପତିଙ୍କ ନାଁ ଅନ୍ୟ ଭୋଟ୍ ଗ୍ରହଣ କେନ୍ଦ୍ରରେ ଆସିବାରୁ ସେ ସେଠାରେ ହିଁ ଭୋଟ୍ ଦେବାକୁ ଯାଉଛନ୍ତି। ତେବେ ଜଣେ ଭୋଟର ହେଲେ ବି ନିର୍ବାଚନ ଅଧିକାରୀ ସେଠାରେ ପୁଲିଂ ବୁଥ କରି ଦିନସାରା ସେହି ଭୋଟରଙ୍କୁ ଚାହିଁ ରହିଥାନ୍ତି।  ଆସନ୍ତା ଏପ୍ରିଲ ୧୧ରେ ଏହି ମହିଳା ଭୋଟର ନିଜର ମତସାବ୍ୟସ୍ତ କରିବେ।

Comment