ଓଡ଼ିଶାଲଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାରକିଡ୍‌ ଜାହ୍ମବୀ କପୁର ତାଙ୍କ ପ୍ରଥମ ଫିଲ୍ମ ଧଡକରେ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିତି ସାରିଛନ୍ତି। ଏହାପରେ ଜାହ୍ମବୀଙ୍କ ଫ୍ୟାନ ଅପେକ୍ଷା କରିଥିଲେ ତାଙ୍କର ପରବର୍ତ୍ତି ଫିଲ୍ମ ପାଇଁ।

ଜାହ୍ମବୀ ଖୁବ୍‌ଶୀଘ୍ର ଏକ କମେଡ଼ି ଫିଲ୍ମରେ ନଜର ଆସିବେ। ଫିଲ୍ମରେ ଜାହ୍ମବୀଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ରାଜକୁମାର ରାଓ ଓ ବରୁଣ ଶର୍ମା। ଫିଲ୍ମର ଟାଇଟଲ୍‌ ରହିଛି ଋହ୍‌ ଅଫଜା।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଦିନେଶ ବିଜାନ୍‌। ତେବେ ଯାହା ସୂଚନା ମିଳିଛି ଜାହ୍ମବୀ ଏହି ଫିଲ୍ମରେ ଦୁଇଟି ରୋଲରେ ନଜର ଆସିପାରନ୍ତି।

ଏହି ଫିଲ୍ମର ସୁଟିଂ ଜୁନ୍‌ରେ ଉତ୍ତରପ୍ରଦେଶରୁ ଆରମ୍ଭ ହେବ। ଫିଲ୍ମଟି ୨୦୨୦ ମାର୍ଚ୍ଚ ୨୦ରେ ରିଲିଜ୍‌ ହେବ ବୋଲି କୁହାଯାଉଛି।

ତେବେ ଏବେ ଜାହ୍ମବୀ ମହିଳା ପାଇଲଟ୍‌ ଗୁଞ୍ଜନ ସକସେନାଙ୍କ ବାୟୋପିକ୍‌ର ସୁଟିଂରେ ବିଜି ଅଛନ୍ତି। ଯେ ୧୯୯୯ କାରଗିଲ୍‌ ଯୁଦ୍ଧରେ ସାମିଲ ହୋଇଥିଲେ। ଏହି ଫିଲ୍ମରେ ଜାହ୍ମବୀ ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ।

Comment