ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘କଂଗ୍ରେସ ଯଦି କେନ୍ଦ୍ରରେ ସରକାର ଗଢ଼େ ତାହାଲେ ଆମେ ନୀତି ଆୟୋଗକୁ ପ୍ରଥମେ ଭାଙ୍ଗିବୁା ଯୋଜନା ଆୟୋଗକୁ ପୁଣି ଥରେ ସକ୍ରିୟ କରିବୁା ନୀତି ଆୟୋଗ ମିଥ୍ୟା ତଥ୍ୟ ଦେଉଛନ୍ତିା ଏହାକୁ ନେଇ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି’’, କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିା

ଜମିଲାଣି ନିର୍ବାଚନ ମାହୋଲା କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ବିଜେପି ଓ କଂଗ୍ରେସ ଭିତରେ ଚାଲିଛି ଛକାପଞ୍ଝା। ମୋଦି ଏବଂ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ରାହୁଲ ବି ବିଜେପିକୁ କରୁଛନ୍ତି ସମାଲୋଚନା।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ହରିୟାଣା ଗସ୍ତରେ ଯାଇଥିଲୋ ସେଠାରେ ରୋଡ  ସୋ’ କରି ରାହୁଲ ମୋଦି ସରକାରଙ୍କୁ ସମାଲୋଚନା କରିଥିଲୋ ୨୦୧୪ ନିର୍ବାଚନ ବେଳେ ମୋଦି ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ସେ ବିଫଳ ବୋଲି ରାହୁଲ କହିଛନ୍ତିା

Comment