ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏପ୍ରିଲ ୫ରେ ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ। ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ବିବେକ ଓବ୍‌ରୟ। ମୋଦିଙ୍କ ପରି ଦେଖାଯିବା ବିବେକଙ୍କ ପାଇଁ ସବୁଠାରୁ କଷ୍ଟକର କାମ ଥିଲା। ବିବେକଙ୍କୁ ମୋଦିଙ୍କ ଭଳି ଲୁକ୍‌ ଦେବାକୁ କେତେ କଷ୍ଟ କରିବାକୁ ପଡ଼ିଥିଲା ଫିଲ୍ମ ରିଲିଜ ପୂର୍ବରୁ ଫିଲ୍ମ ମେକର ଏ ସଂପର୍କରେ କହିଛନ୍ତି।

“ଫିଲ୍ମରେ ସବୁଠାରୁ କଷ୍ଟ ଥିଲା ବିବେକଙ୍କୁ ମୋଦିଙ୍କ ଲୁକ୍‌ ଦେବା। ବିବେକଙ୍କୁ ମୋଦିଙ୍କ ଭଳି ମେକ୍‌ଅପ ଦେବାରେ ଟିମ୍‌କୁ ବହୁତ ସମସ୍ୟା ହୋଇଥିଲା। ତେଣୁ ଫିଲ୍ମ ନକରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା”, କହିଛନ୍ତି ଫିଲ୍ମର ପ୍ରଡ୍ୟୁସର ସନ୍ଦିପ ସିଂହ।

ରିପୋର୍ଟ ଅନୁସାରେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିବେକଙ୍କୁ ଘଣ୍ଟା ଘଣ୍ଟା ମେକଅପ୍‌ କରିବାକୁ ପଡ଼ୁଥିଲା। ମେକ୍‌ଅପ ପାଇଁ ପାଖାପାଖି ୬ ଘଣ୍ଟା

ଲାଗୁଥିଲା। ମେକ୍‌ଅପ ପରେ ଯେତେବେଳେ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଥିଲା ସେତେବେଳେ ସେ ମୋଦିଙ୍କ ପରି ଆଦୌ ଲାଗୁନଥିଲେ।

ଏହାପରେ ପୁଣି ଥରେ ବିବେକଙ୍କୁ ମେକ୍‌ଅପ କରାଗଲା। ମେକ୍ଅପ୍‌ ପରେ ବିବେକଙ୍କର ଫଟୋସୁଟ୍‌ କରାଯାଇଥିଲା। ଏଥିରେ ସେ ବିଲକୁଲ ମୋଦିଙ୍କ ପରି ଲାଗୁଥିଲେ।

Comment