ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଗୋବର୍ଦ୍ଧନ ପୀଠର ମୌଳିକତା ଏବଂ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସରକାର ଗରୁତ୍ୱ ଦେଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।

‘‘ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରହୁଛନ୍ତିା ଏହି ଭବନର ଅନେକ ମହତ୍ତ୍ୱ ରହିଛିା ଭାଟିକାନ ସିଟିରେ ରହୁଥିବା ପୋପଙ୍କୁ ବି ଯଥେଷ୍ଟ ସମ୍ମାନ ମିଳୁଛିା ଅତିଥି ଭାବେ ଭାରତରେ ରହୁଥିବା ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ସରକାର ସମ୍ମାନ ଦେଉଛନ୍ତି। କିନ୍ତୁ ପୁରୀରେ ଥିବା ଗୋବର୍ଦ୍ଧନ ପୀଠକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି’’, କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।

‘‘ଭାରତୀୟ ରାଜନୀତିରେ ଆଦର୍ଶ ଓ ମୂଲ୍ୟବୋଧ ହଜିଗଲାଣି। କ୍ଷମତା ଏବେ ରାଜନୀତିରେ ନୂଆ ପରିଚୟ ପାଲଟିଛି। ଏଥିରେ ସଂସ୍କାର ଆସିବା ଦରକାର’’, କହିଥିଲେ ଶଙ୍କରାଚାର୍ଯ୍ୟ।

ସେ ଆହୁରି କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଯେଉଁଠି ବିଜେ କରିଛନ୍ତି ତାହା ହେଉଛି ଏକ ପବିତ୍ର ସ୍ଥାନା ଏହି ପବିତ୍ର ସ୍ଥାନକୁ ରାଜନୀତିର କେନ୍ଦ୍ର କରା ନଯାଉା ଏଠାରେ କେମିତି ଶିକ୍ଷାର ପ୍ରସାର ହେବ, ଏଠାକାର ସଂସ୍କୃତି ଓ ପରମ୍ପରା କେମିତି ବଜାୟ ରହିବ ଏବଂ ଏହା କେମିତି ପ୍ରମୁଖ ଧାର୍ମିକ ପୀଠ ଭାବେ ଆହୁରି ଖ୍ୟାତି ଅର୍ଜନ କରିପାରିବ ସେ ଉପରେ ଧ୍ୟାନ ଦିଆଯିବା ଦରକାର।

‘‘ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଗୋବର୍ଦ୍ଧନ ପୀଠର ଯେଉଁ ମୌଳିକତା ରହିଛି ତାହାକୁ ବିକୃତ କରିବା ପାଇଁ ଉଦ୍ୟମ କରା ନଯାଉ। ଜଗନ୍ନାଥ ମନ୍ଦିର ଏବଂ ଗୋବର୍ଦ୍ଧନ ପୀଠର ମୌଳିକତା, ପରମ୍ପରା କେମିତି ଅକ୍ଷୁର୍ଣ୍ଣ ରହିବ ସେଦିଗରେ ପୁରୀର ସାଂସଦ, ବିଧାୟକ ଏବଂ ଅନ୍ୟ ଜନପ୍ରତିନିଧିମାନେ ଉଦ୍ୟମ କରିବା ଦରକାର’’, କହିଥିଲେ ଶଙ୍କରାଚାର୍ଯ୍ୟ।

ଶଙ୍କରାଚାର୍ଯ୍ୟ କହିଥିଲେ, ‘‘କଂଗ୍ରେସର ନିରଞ୍ଜନ ପଟ୍ଟନାୟକ, ବିଜେଡିର ଶତପଥୀ, ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ଯେଉଁ ବିଷୟରେ ଆଲୋଚନା କରିଛି ସେହି କଥା ହିଁ ସମ୍ବିତଙ୍କୁ ମୁଁ କହିଛି।’’

ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ଶୁକ୍ରବାର ଗୋବର୍ଦ୍ଧନ ପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।

Comment