ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ଦିନରୁ ବଲିଉଡରେ ଦୀପିକା ପାଦୁକୋନ ରଣବୀର କପୁରଙ୍କ ଯୋଡ଼ି ଦେଖିବାକୁ ମିଳୁନି। ହେଲେ ପୂର୍ବରୁ ଦୁହିଁଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ। ‘ୟେ ଯବାନି ହୈ ଦିୱାନା’, ‘ତମାଶା’ ଭଳି ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଯୋଡ଼ି। ରିପୋର୍ଟ ଅନୁସାରେ ରଣବୀର ଓ ଦୀପିକା ପୁଣିଥରେ ଏକାଠି ନଜର ଆସିପାରନ୍ତି। ଅବଶ୍ୟ ଫିଲ୍ମ ସମ୍ପର୍କରେ କୌଣସି ସୂଚନା ଆସିନାହିଁ। ଏହି ଫିଲ୍ମରେ ରଣବୀର ଓ ଦୀପିକାଙ୍କ ବ୍ୟତୀତ ଅଜୟ ଦେବଗନ ବି ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି।

ଦୀପିକା ଏବେ ଫିଲ୍ମ ଛପାକର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ଅଜୟ ଦେବଗନ ତାନାଜୀ ଫିଲ୍ମକୁ ନେଇ ବ୍ୟସ୍ତ ଥିଲାବେଳେ ରଣବୀର ବ୍ରହ୍ମାସ୍ତ୍ର ପାଇଁ ବ୍ୟସ୍ତ ଅଛନ୍ତି। ତେଣୁ ଆଗାମୀ ଫିଲ୍ମର ସୁଟିଂ କେବେ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ରଣବୀରଙ୍କ ସହ ଦୀପିକାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ହେଉଥିଲା। ମାତ୍ର ୨୦୧୮ରେ ଦୀପିକା ରଣବୀର ସିଂହଙ୍କୁ ବିବାହ କରିଛନ୍ତି। ପୂର୍ବରୁ ଏହି ଯୋଡ଼ି ଅନେକ ସୁପରହିଟ୍‌ ଫିଲ୍ମରେ ଏକାଠି ନଜର ଆସିଥିଲେ।

Comment