ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିକାଲି ସୋନାକ୍ଷି ସିହ୍ନା ଫିଲ୍ମ କଳଙ୍କର ସୁଟିଂରେ ବିଜି ଅଛନ୍ତି। ଏହା ସହିତ ସେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ପ୍ରସଙ୍ଗକୁ ନେଇ ବି ଚର୍ଚ୍ଚାରେ ରହୁଛନ୍ତି।

ସାଧାରଣତଃ ସୋନାକ୍ଷୀ ସବୁବେଳେ ତାଙ୍କ ବାପାଙ୍କ ରାଜନିତୀକୁ ନେଇ ମନ୍ତବ୍ୟ ଦେବାକୁ ପଛାଇଥାନ୍ତି। କିନ୍ତୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବା ନେଇ ପ୍ରଶ୍ନ କରିଥିଲେ ସୋନାକ୍ଷୀ ପ୍ରଥମେ ହସିଥିଲେ।

ଏହାସହିତ ସେ କହିଥିଲେ କି, “ମୋତେ ଲାଗୁଛି ବାପା କଂଗ୍ରେସରେ ସାମିଲ ହେବା ପରେ ତାହା କରିପାରିବେ ଯାହା ସେ ସବୁବେଳେ କରିବାକୁ ଚାହୁଁଥିଲେ। ଆଉ ଯାହା ସେ କରିବାକୁ ସକ୍ଷମ। ବାଜପେୟୀ ଓ ଆଡବାନୀଙ୍କ ପ୍ରତି ତାଙ୍କର ଆଜିବି ସମ୍ମାନ ଅଛି। କିନ୍ତୁ ବାକି ଲୋକ ଦଳରେ ତାଙ୍କୁ ଯେତିକି ଗୁରୁତ୍ୱ ଦେବାକଥା ସେତିକି ଦେଇନାହାନ୍ତି। ବାପା ଏବେ ଯେଉଁ ନିଷ୍ପତ୍ତି ନେତେ ତାହା ସେ ବହୁ ଆଗରୁ ନେବା କଥା।”

Comment