ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ବିହାରର ଛାପ୍ରା ଷ୍ଟେସନ ନିକଟରେ ତାପ୍ତି ଗଙ୍ଗା ଏକ୍ସପ୍ରେସର ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରରେ ଅନେକ ଆହତ ହୋଇଥିଲାବେଳ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ରେଳ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ଛପ୍ରାରୁ ସୁରତ ଅଭିମୁଖେ ଯାଉଥିଲାବେଳେ ଛପ୍ରା ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।

Comment