ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଚାରି ଆଡ଼େ ମୋଦିଙ୍କ ପ୍ରଶଂସକ ବଢ଼ୁଥିବା ଦେଖାଦେଇଛି। ଦେଶରେ ଲୋକମାନେ ପୂର୍ବରୁ ଶାଢ଼ୀ, ଟୋପି ଏବଂ ଟି-ସାର୍ଟରେ ମୋଦିଙ୍କ ଫଟୋ ପ୍ରିଣ୍ଟ କରାଇ ବିକ୍ରି କରୁଥିବା ବେଳେ ଏବେ ବିନ୍ଦି ପ୍ୟାକେଟରେ ମୋଦିଙ୍କ ଫଟୋ ପ୍ରିଣ୍ଟ କରାଯାଇଥିବା ଦେଖା ଯାଇଛି।

ସୂଚନା ମୁତାବକ, ବିନ୍ଦି ତିଆରି କରୁଥିବା କମ୍ପାନୀ ପାରସ ଫ୍ୟାନ୍ସି ବିନ୍ଦି ନିଜ ବିନ୍ଦି ପ୍ୟାକେଟରେ ମୋଦିଙ୍କ ସହ ଦଳର ଚିହ୍ନ ପଦ୍ମକୁ ପ୍ରିଣ୍ଟ କରି ବିକ୍ରି କରୁଥିବା ଦେଖା ଯାଇଛି। ପ୍ୟାକେଟରେ ‘ଫିର୍ ସେ ମୋଦି ସରକାର’ ମଧ୍ୟ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ କାଠଗୋଦାମ ଶତାବ୍ଦୀ ଟ୍ରେନରେ ଦିଆଯାଉଥିବା ଚା’ କପରେ ମୋଦିଙ୍କ ଫଟୋ ଥିବା ଦେଖା ଯାଇଥିଲା। ଜଣେ ଯାତ୍ରୀ ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିବା ପରେ ଏହାକୁ ହଟାଇ ଦିଆଯାଇଥିଲା।

Comment