ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଉ ମାତ୍ର ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ। ଏହାରି ଭିତରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ସମସ୍ତଙ୍କର ଫୋକସରେ ଅଛି ଶାସକ ବିଜୁ ଜନତା ଦଳର ବାକିଥିବା ଆସନ ଉପରେ।

ଆଉ ୩ଲୋକସଭା ସହ କିଛି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇନାହିଁ ବିଜେଡି। ଯାହାକୁ ନେଇ ନବୀନ ନିବାସରେ ଆଶାୟୀଙ୍କ ଗହଳି ଦେଖିବାକୁ ମିଳିଛି। ବିଶେଷ କରି ଯେଉଁ ଆସନରେ ଦଳ ପ୍ରାର୍ଥୀ ଦେଇନାହିଁ ସେହିସବୁ ଆସନରୁ ପ୍ରାର୍ଥୀ ମାନେ ଆସି ଦଳର ସଭାପତିଙ୍କୁ ଦେଖା କରୁଛନ୍ତି।

ଆଜି ମୋରଡ଼ା ବିଧାୟକ, କୋରେଇ ବିଧାୟକଙ୍କ ସହ ଭୁବନେଶ୍ୱର ଉତ୍ତର ଓ ମଧ୍ୟମ ଲାଗି ଥିବା ଆଶାୟୀ ମାନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ଏହାସହିତ ପାଖାପାଖି ୨୦ରୁ ଅଧିକକର୍ପୋରେଟରଙ୍କୁ ନବୀନ ନିବାସ ସାମ୍ନାରେ ଦେଖିବାକୁ ମିଳିଥିଲା।

ଏହାରି ଭିତରେ କାହାକୁ ଟିକେଟ ମିଳିବ କାହାର ଟିକେଟ କଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯାହା ସୂଚନା ମିଳିଛି ଆଜି ସଂଧ୍ୟା ସୁଦ୍ଧା ବିଜେଡି ବାକିଥିବା କିଛି ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

Comment