ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ରବିବାରଠୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ନେଇ ଭୁବନେଶ୍ଵର ଆଞ୍ଚଳିକ ବିଭାଗ ପୂର୍ବାନୁମାନ କରିଛି।

ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ସର୍ବାଧିକ ଦେଖାଯିବ ବୋଲି ଅନୁମାନ କରାଯାଉଛି। ରବିବାର ଓ ସୋମବାର ଦୁଇ ଦିନ ଉପକୂଳ ଜିଲ୍ଲାମାନଙ୍କରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ହେବାର ଅନୁମାନ କରାଯାଇଛି।

ଶନିବାର ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଥିଲା। ବର୍ଷା ଫଳରେ ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିବ।

Comment