ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ବର୍ଷ ଏପ୍ରିଲ ୧ରେ ପାଳିତ ହୁଏ ଉତ୍କଳ ଦିବସ। ଏହି ଦିନ ଭାଷା ଭତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। ଏହାକୁ ମନେ ରଖିବା ପାଇଁ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳିତ ହୋଇଥାଏ।

ଏହି ଅବସରରେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିବା ପାଇଁ ବାହାରିନ୍ ଓଡ଼ିଆ ସମାଜର ମିଳିତ ପ୍ରୟାସରେ ଏପ୍ରିଲ୍ ମାସ ୫ ତାରିଖ ଦିନ ବାହାରିନ୍ ସ୍ଥିତ ବି.କେ.ସ ଅଡିଟରିୟମରେ ପାଳିତ ହେବ ଉତ୍କଳ ଦିବସ।

ଏହି କାର୍ଯ୍ୟକ୍ରମରେ ଉଭୟ ଓଡିଶା ଓ ବାହାରିନ୍‌ର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅତିଥି ରୂପେ ଯୋଗଦେଇ ଉଭୟ ଦେଶର ଭାଷା, କଳା, ସଂସ୍କୃତି, ବାଣିଜ୍ୟ ତଥା ପର୍ଯଟନ ଭଳି ଆନ୍ତର୍ଜାତିକ ବିଷୟରେ ଆଲୋକପାତ କରିବେ। ବିଦେଶ ମାଟିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ କଳାକାରମାନେ ଯାଇ ଏହି ଆନ୍ତର୍ଜାତିୟ ଫୋରମ୍‌ରେ ନିଜ କଳା ପରିବେଷଣ କରିବା ସହିତ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରଚାର ଓ ପ୍ରସାର କରିବାର ସୁଯୋଗ ପାଇବେ।

Comment