ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲୱାମା ଜିଲ୍ଲା ଲସ୍‌ପୋରା ଅଞ୍ଚଳରେ ସୁରକ୍ଷକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଏହି ଆତଙ୍କବାଦୀମାନେ ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନର ଜଣାପଡ଼ିଛି। ଏହି ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମୀ।

ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସିଆରିଏଫ୍‌ଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।

Comment