ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଜନ ସମାଜ ପାର୍ଟିର (ବିଏସ୍‌ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓଡ଼ିଶା ଆସୁଛନ୍ତି। ମାୟାବତୀଙ୍କର ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା ବିଏସ୍‌ପିର ନିର୍ବାଚନ ଜନସଭାକୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଏସ୍‌ପିର ଓଡ଼ିଶା ସଭାପତି ଟଙ୍କଧର ବାଗ୍‌ ସୂଚନା ଦେଇଛନ୍ତି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ  ପ୍ରାର୍ଥିମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ମାୟାବତୀ ଘୋଷଣା କରିବେ ବୋଲି ଟଙ୍କଧର ବାଗ୍‌ କହିଛନ୍ତି।

Comment