ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାର ପାନ ଓ ଆଧାର ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ତାରିଖ ଥିଲା। ଯାହାକୁ ସରକାର ବୃଦ୍ଧି କରିଛନ୍ତି।

ଏହାକୁ ଅଧିକ ୬ମାସ ଲାଗି ବୃଦ୍ଧି କରାଯାଇଛି। ପାନ ଓ ଆଧାର ସଂଯୋଗର ଶେଷ ତାରିଖ ସେପ୍ଟେମ୍ବର ୩୦, ୨୦୧୯ ଯାଏଁ ବୃଦ୍ଧି କରାଯାଇଛି।

ସିବିଡିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ତେବେ ନିୟମ ଅନୁସାରେ ଆୟକର ଦାଖଲ କରିବା ସମୟରେ ପାନ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆୟକର ଦାଖଲ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Comment