ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣିଥରେ ଇତିହାସ ରଚିଛି। ଇସ୍ରୋ ଇଲେକଟ୍ରୋନିକ ଇଣ୍ଟେଲିଜେନ୍ସ ସାଟେଲାଇଟ ଏମିସାଟ୍‌ ଲଞ୍ଚ କରିଛି।

ସୋମବାର ସକାଳ ୯ଟା ୩୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଛି। ଏମିସାଟ ସହିତ ୨୮ଟି ବିଦେଶୀ ଉପଗ୍ରହକୁ ମଧ୍ୟ ପଠାଯାଇଛି।

ପ୍ରତିରକ୍ଷା ଅନୁସନ୍ଧାନ ସଙ୍ଗଠନ ଡିଆରଡିଓ ପାଇଁ ନିର୍ମାଣ କରାଯାଇଛି। ଏହାକୁ ପୋଲର ସାଟେଲାଇଟ ଭେହିକଲ(PSLV)ରେ ମହାକାଶକୁ ପଠାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ଏହା ଶତ୍ରୁ ପକ୍ଷ ଉପରେ ନଜର ରଖିବ। ଏହି ସାଟେଲାଇଟ ଶତ୍ରୁ ପକ୍ଷର ରାଡାର ଉପରେ ନଜର ରଖିବ।

Comment