ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଓଡ଼ିଆ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଏବଂ ଆଧୁନିକ ଓଡ଼ିଶାର ନାଟ୍ୟ ଆନ୍ଦୋଳନର ଜଣେ ପରିଚିତ ବ୍ୟକ୍ତିତ୍ୱ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥ ଆଉ ନାହାନ୍ତି। ବହୁଦିନରୁ ରୋଗରେ ପୀଡ଼ିତ ହୋଇ ସୋମବାର ତାଙ୍କର ପରଲୋକ ଘଟିଛି। ୭୦ ବର୍ଷିୟ ପ୍ରଫେସର ରଥ ଆଜି ଅପରାହଣରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି।

ପ୍ରଫେସର ରଥ ୧୦୦ରୁ ଅଧିକ ନାଟକ ରଚନା କରି ବଭିନ୍ନ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ପ୍ରଫେସର ରଥ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ‘ଏଇ ଦେଶ ଏଇ ମାଟି’ ନାଟକ ରଚନା କରିଥିଲେ। ଏହା ପରଠୁ ସେ କେବେ ପଛକୁ ମୋଡ଼ି ଚାହିଁ ନାହାଁନ୍ତି। ‘ମାନସର ଫୁଲ’, ‘ଜୀବନ ଯଜ୍ଞ’, ‘କଟକ ନଗର ବରଷ ହଜାର’ ଭଳି ପ୍ରସିଦ୍ଧ ନାଟକ ସେ ରଚନା କରିଛନ୍ତି। ‘ନିଃସଙ୍ଗ ବିସର୍ଗ’ ପାଇଁ ପ୍ରଫେସର ରଥଙ୍କୁ ସାକ୍ଷରତା ପୁରସ୍କାର ମିଳିଥିଲା।

ବୃତ୍ତିରେ ପ୍ରଫେସର ରଥ ହେଉଛନ୍ତି ଜଣେ ଅଧ୍ୟାପକ ଥିଲେ। ନାଟକ ରଚନା ସହ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ବେଶ ପାରଦର୍ଶିତା ରଖିଥିଲା। କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକରେ ଓଡ଼ିଆ ନାଟ୍ୟଜଗତରେ ଏକ ଶୁନ୍ୟସ୍ଥାନ ରହିଯିବ ବୋଲି ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ କହିଛନ୍ତି।

Comment