ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେପାଳରେ ରବିବାର ପ୍ରବଳ ବର୍ଷା ଓ ଭୟଙ୍କର ପବନ ଯୋଗୁଁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଝଡ଼ ତୋଫାନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଝଡ଼ ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର ଜରିଆରେ ଲୋକଙ୍କୁ ଉଦ୍ଧାର କରାଯାଉଛି। ଉଦ୍ଧାରକାର୍ଯ୍ୟରେ ସେନାର ୧୦୦ରୁ ଅଧିକ ଯବାନ ମୁତୟନ ହୋଇଛନ୍ତି।

ବିଭିନ୍ନ ମେଡିକାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ନେପାଳ ମିଡିଆ ରିପୋର୍ଟ ଅନୁସାରେ ରବିବାର ସନ୍ଧ୍ୟାରେ ଅଚାନକ ଝଡ଼ବର୍ଷା ହୋଇଥିଲା। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ବାରା ଓ ପାର୍ସା ଅଞ୍ଚଳ ହୋଇଛି। ଏହି ଘଟଣାରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Comment