ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ କେନ୍ଦ୍ରରୁ ସତର୍କ ସୂଚନା ଜାରି କରାଯାଇଛି। ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର, ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଜାରି ରହିବ।

ହେଲେ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ତାପମାତ୍ରା ବଢ଼ିବ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଟ୍ରାପ ଲାଇନ ପ୍ରଭାବରେ କାଳ ବୈଶାଖୀ ଲାଗି ରହିବ।

ଏପ୍ରିଲ ୨ୟ ସପ୍ତାହରେ କିନ୍ତୁ ପାଗରେ ପରିବର୍ତ୍ତନ ହେବା। ପଶ୍ଚିମ ଓଡ଼ିଶାରେ ସମସ୍ତ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୪ ଡିଗ୍ରୀ ଛୁଇଁପାରେ।

Comment