ଓଡ଼ିଶାଲଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ରେ ଆକ୍ସନ ହିରୋ ଭାବେ ପରିଚିତ ଅଜୟ ଦେବଗନ ଆଜି ୫୦ତମ୍‌ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି।  

ବଲିଉଡ୍‌ର ସିଂଘମ୍‌ ଅଜୟ ଦେବଗନ୍‌ ଏପ୍ରିଲ ୨ରେ ନିଜର ୫୦ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଅଜୟଙ୍କ ବାବଦରେ ବି ଟାଉନରେ ଗସିପ ହୁଏ କି ଯେତେବେଳେ ସେ ବଲିଉଡ୍‌ରେ ଡେବ୍ୟୁ ଆରମ୍ଭ କରିଥିଲେ ସେତେବେଳେ କିଛି ଲୋକ ତାଙ୍କୁ ସମାଲୋଚନ ଢଙ୍ଗରେ କହିଥିଲେ ଅଜୟ ହିରୋ ମାଟେରିଆଲ ନୁହନ୍ତି।

ନିଜର ପରିଶ୍ରମ ଓ ନିଖୁଣ ଅଭିନୟ ଲାଗି ସେ ଏହାକୁ ଭୂଲ ପ୍ରମାଣିତ କରିଛନ୍ତି। କେବଳ ଭୂଲ ପ୍ରମାଣିତ କରିନାହାନ୍ତି ବରଂ ସେ ଗତ ୨୮ ବର୍ଷ ଧରି ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଆସୁଛନ୍ତି।

ଦୁଇଥର ଜାତୀୟ ପୁରସ୍କାର ଓ ପଦଶ୍ମୀ ପାଇଥିବା ଅଜୟ ଦେବଗନ୍‌  ୫୦ବର୍ଷରେ ବି ୟଙ୍ଗ ଲାଗୁଛନ୍ତି। କେହି ବି ତାଙ୍କୁ କହିବେନି କି ତାଙ୍କୁ ୫୦ବର୍ଷ। ଏହା ପଛର ରାଜ୍‌ ଅନେକଙ୍କୁ ଜଣାନଥାଏ। ଅଜୟ ନିଜକୁ ଫିଟ୍‌ ରଖିବା ଲାଗି କ’ଣ ସବୁ କରିଥାନ୍ତି ତାହା ଆମେ ଏହି ଖବରରେ ଜାଣିବା।

ଅଜୟଙ୍କ ଫିଟ୍‌ନେସ୍‌ ମନ୍ତ୍ର

ସକାଳୁ ଶ୍ରୀଘ୍ର ଉଠନ୍ତି ଅଜୟ।

ସୂର୍ଯ୍ୟ ନମସ୍କାରରୁ ନିଜ ସକାଳ ଆରମ୍ଭ କରିଥାନ୍ତି ଅଜୟ।

ଏହାପରେ ସେ ପାଖାପାଖି ୩୦ରୁ ୪୦ ମିନିଟ୍‌ ଟ୍ରେଡ୍‌ମିଲ୍‌ରେ କାଡ଼ିଓ ଏକ୍ସସରସାଇଜ୍‌ କରନ୍ତି ପ୍ରତିଦିନ।

ପ୍ରତିଦିନ ସେ ୪୫୦ରୁ୫୦୦ଥର ପୁସଅପ୍‌ କରିଥାନ୍ତି ନିଜକୁ ଫିଟ୍‌ ରଖିବା ଲାଗି।

ଅଜୟଙ୍କ ଡାଏଟ୍‌

ବ୍ରେକଫାଷ୍ଟରେ ଅଜୟ ଲୋ ଫ୍ୟାଟ୍‌ ମିଲ୍କ, ୪ଟି ଅଣ୍ଡା,ଅରେଞ୍ଜ ଜୁସ୍‌, ବ୍ରାଉନ୍‌ ବ୍ରେଡ୍‌ ଓ ରୋଷ୍ଟେଡ୍‌ ଚିକେନ୍‌ ଖାଇବାକୁ ଭଲ ପାଆନ୍ତି

ସ୍ନାକ୍ସରେ ଅଜନ ପ୍ରୋଟିନ୍‌ ସେକ୍‌ ଅବା ୨ଟି ଅଣ୍ଡା ଖାଇଥାନ୍ତି।

ଲଞ୍ଚରେ ଅଜୟ ୫ ପଟ ରୁଟି, ସାଲାଡ୍‌,ସିଜିନାଲ୍‌ ପରିବା,ଭାତ-ଡାଲି,ବଏଲ୍ଡ ମାଛ ଖାଇଥାନ୍ତି।

ସେହିପରି ଡିନରରେ ଅଜୟ ରୋଷ୍ଟେଡ୍‌ ଚିକେନ୍‌ ଅବା ଭେଜିଟେବୁଲ୍‌ ସୁପ୍‌ ପିଇବାକୁ ଭଲପାଇଥାନ୍ତି।

୧୯୯୧ରୁ ଫିଲ୍ମ ‘ଫୁଲ୍‌ ୱର କାଣ୍ଟେ’ରୁ କ୍ୟାରିୟର ଆରମ୍ଭ କରିଥିବା ଅଜୟ ଦେବଗନ୍‌ ଦାମି କାର୍‌ ବ୍ୟବହାର କରିବାକୁ ଭଲ ପାଆନ୍ତି।

Comment